
ନୂଆଦିଲ୍ଲୀ,୨୮/୦୬/୨୧ (ଜିଲ୍ଲା ଖବର) : ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ Srishty Rode ଙ୍କୁ କିଏ ବା ନଜାଣେ । ବିଗବସ ୧୨ରେ ନଜର ଆସିଥିବା Srishty ଏବେ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ସ୍ଵାସ୍ଥ୍ୟ ସମ୍ପର୍କୀତ ସୂଚନା ସେୟାର କରିଛନ୍ତି । ସେ ହସ୍ପିଟାଲରେ ଭର୍ତ୍ତୀ ହେବାର ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ ପଡି ଯାଇଛନ୍ତି ।
ନିକଟରେ ସେ ଏକ ଛୋଟ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଭିଡିଓରେ ହସ୍ପିଟାଲ ବେଡରେ ମାସ୍କ ଲଗାଇ ସେ ଶୋଇଥିବା ନଜର ଆସୁଛନ୍ତି ।
ପ୍ରକାଶ ଥାଉକି, Srishty ଙ୍କ ସର୍ଜରୀ ହୋଇଛି । ଅଭିନେତ୍ରୀଙ୍କ କହିବା କଥା କି, ଏବେ ସେ ରିକୋଭରି କରୁଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ‘୫ ଦିନ ହୋଇଗଲା , ଏବେବି ହସ୍ପିଟାଲରେ ଅଛି । କିନ୍ତୁ ଠିକ୍ ଅଛି । ଶୁଭକାମନା ଏବଂ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ । ହେଲେ ସେ ତାଙ୍କର ପୋଷ୍ଟରେ ଏକଥା ସ୍ପଷ୍ଟ କରି ନାହାଁନ୍ତି ଯେ, ତାଙ୍କର କେଉଁ କାରଣରୁ ସର୍ଜରୀ ହୋଇଛି । ତେବେ ସେ ଜଲଦୀ ସୁସ୍ଥ ହେବା ପାଇଁ ଫ୍ୟାନ୍ସମାନେ ପ୍ରାର୍ଥନା କରୁଛନ୍ତି ।




