
ନୂଆଦିଲ୍ଲୀ, ୨୮/୦୬/୨୧ (ଜିଲ୍ଲା ଖବର) : ଆଜି ହେଉଛି ବିଶାଲ ଦଦଲାନୀଙ୍କ ଜନ୍ମଦିନ । ୨୮ ଜୁନ ୧୯୭୩ରେ ମୁମ୍ବାଇର ବାନ୍ଦ୍ରାରେ ଜନ୍ମିତ ବିଶାଲ ଦଦଲାନୀ, ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡର ସେ ହେଉଛନ୍ତି ଏକ ଅତି ପରିଚିତ ଚେହେରା ।
ଅନେକ ଫିଲ୍ମରେ ସଙ୍ଗୀତ କମ୍ପୋଜ କରିବା ସହିତ, ଗୀତବି ଗାଇଛନ୍ତି ସେ । ତାଙ୍କର ଗାୟନ ଶୈଳୀକୁ ବହୁତ ପସନ୍ଦ କରନ୍ତି ଦର୍ଶକ । ମୁମ୍ବାଇରେ ସେ ନିଜର ପାଠପଢା ସାରିଥିଲେ । ଏହାପରେ ସେ ସଙ୍ଗୀତ ଦୁନିଆଁ ସହିତ ଯୋଡି ହୋଇ ଯାଇଥିଲେ । ୧୯୯୯ରେ ସେ ଫିଲ୍ମ’ ପ୍ୟାର ମେଁ କଭି ‘ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।
ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ନିଜ କାମର ଯୋଶ ଏବଂ ତାଙ୍କର ପରିଶ୍ରମ ପାଇଁ , ସେ ଆଜି ସଫଳତା ହାସଲ କରିବା ସହିତ ଲୋକପ୍ରିୟ ହୋଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।




