କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ଗ୍ରହଣ କଲେ IPS ସଂଜୀବ ପଣ୍ଡା

9

କଟକ,୨୮/୦୬/୨୧ (ଜିଲ୍ଲା ଖବର) :  କ୍ରାଇମ ବ୍ରାଞ୍ଚ ADG  ଭାବେ ଦାୟିତ୍ୱ ଗ୍ରହଣ କଲେ IPS ସଂଜୀବ ପଣ୍ଡା ।  ଦାୟିତ୍ୱ ଗ୍ରହଣ କରିବା ପରେ  ଅତ୍ୟାଧୁନିକ ଜ୍ଞାନ କୌଶଳକୁ ପ୍ରୟୋଗ କରି ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

ମହିଳା ଏବଂ ଶିଶୁଙ୍କ ପ୍ରତି ରାଜ୍ୟରେ ହେଉଥିବା ଅପରାଧ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ସାଇବର ଅପରାଧର ନିରାକରଣ ଓ ଲୋକଙ୍କୁ ସଚେତନ ଉପରେ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଟ୍ରାନ୍ସପ୍ପୋର୍ଟ କମିଶନର ଭାବେ ଦାଇତ୍ୱ ତୁଲାଇଥିଲେ ସଂଜୀବ । ଗତ ସପ୍ତାହରେ କ୍ରାଇମ ବ୍ରାଞ୍ଚ ଏଡିଜି ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର ।