
ବ୍ରହ୍ମପୁର,୨୮/୦୬/୨୧ (ଜିଲ୍ଲା ଖବର) : ଗଞ୍ଜାମ ଦିଗପହଣ୍ଡି ଘାଇଗୁଡାରେ ଅଘଟଣ । ରବିବାର ଅପରାହ୍ନରେ ସାଇଡ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଖସି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଦିଗପହଣ୍ଡି ଫାଶୀଗୁଡା ଗାଁ ଗୁଡାରେ ଏକ ସାଇଡ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଖସି ଏଭଳି ଦୁର୍ଘଟଣା ଘଟିଛି ।
ମାଟି ଅତଡା ଖସିବା ଫଳରେ ୫ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


