ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ

2

ଝାରସୁଗୁଡା,୨୮/୦୬/୨୧ (ଜିଲ୍ଲା ଖବର) :  ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଡ. ଧ୍ରୁବରାଜ ନାଏକଙ୍କୁ ରବିବାର ଅମାନୁଷିକ ଭାବେ ହତ୍ୟା ଘଟଣା । ହତ୍ୟା ପଛର ପ୍ରକୃତ କାରଣ  ପୋଖରୀରୁ ମାଛ ଚୋରିକୁ ନେଇ ଶତ୍ରୁତାରୁ ହିଁ ହତ୍ୟା କରାଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

 ଲଇକେରା ଥାନା କୁଅଁରମାଲ ଗାଁରେ ଥିବା ତାଙ୍କ ବାସଭବନରେ ସେହି ଗାଁର ପ୍ରବୀଣ ଧୁରୁଆ  ଓରଫ  ରିମିତ  ନାମକ ଯୁବକ  ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପାଖ ଜଙ୍ଗଲରେ ଦୁଇ ଘଣ୍ଟା କାଳ ଖୋଜାଖୋଜି ପରେ ଅଭିଯୁକ୍ତ ଯୁବକକୁ ପୁଲିସ୍ ଗାଁ ଲୋକଙ୍କ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଛି ।

ଧ୍ରୁବରାଜ ତିନି ବର୍ଷ ପୂର୍ବରୁ ଘର ନିକଟରେ ଥିବା ନିଜର ପୋଖରୀକୁ ଲିଜ ଆକାରରେ କାଙ୍କମାଲ ଗ୍ରାମର ଜଣେ ବ୍ୟକିତଙ୍କୁ ଦେଇଥିଲେ । ସର୍ଗିଗୁଡା ଗ୍ରାମର ପ୍ରବୀଣଙ୍କ ସମେତ କିଛି ବ୍ୟକତି ନିୟମିତ ଭାବରେ ଉକ୍ତ ପୋଖରୀରୁ ମାଛ ଚୋରି କରୁଥିଲେ । ଏହାକୁ ନେଇ ଲିଜ ନେଇଥିବା ବ୍ୟକ୍ତି ଓ ପ୍ରବୀଣଙ୍କ ମଧ୍ୟରେ କଥା କଟାକଟି ହେଉଥିଲା । 15 ଦିନ ପୂର୍ବରୁ ଲିଜ୍ ନେଇଥିବା ବ୍ୟକ୍ତି ପ୍ରବୀଣ ନାମରେ ଲାଇକେରା ଥାନାରେ ଅଭିଯୋଗ କରିଥିଲେ । କିଛିଦିନ ଜେଲ୍ ରେ ରହି ଜାମିନେ ରେ ଫେରିଥିଲେ । ଧ୍ରୁବରାଜଙ୍କ ଯୋଗୁଁ ସେମାନେ ଜେଲ ଯାଇଥିବା ହେତୁ ରାଗ ରଖି ଏପରି ନାରକୀୟ କାଣ୍ଡ ଭିଆଇଥିବା କୁହାଯାଉଛି ।

ଏହି ବିଭତ୍ସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଧ୍ରୁବରାଜ ନାଏକଙ୍କୁ ହତ୍ୟା କରିବାର ଘଟଣାରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସ୍ଵର ତେଜିଛି ।