Sunday, November 15, 2026
Home ଆଞ୍ଚଳିକ ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

6

ଭୁବନେଶ୍ୱର,୨୮/୦୬/୨୧ (ଜିଲ୍ଲା ଖବର) :   ଆଜି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟକାରିଣୀ ଦଳୀୟ ସମ୍ବିଧାନର ବିଧି ବ୍ୟବସ୍ଥାରେ ପ୍ରତି 3 ମାସରେ ଥରେ ଅନୁଷ୍ଠିତ ହୁଏ । ତେବେ ବର୍ତ୍ତମାନ କରୋନା କର୍ଫ୍ୟୁ ଥିବାରୁ ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ । ଏଥିରେ ଓଡିଶାର ସମସ୍ତ ପ୍ରମୁଖ ନେତା ଯୋଗଦେବେ ।

ବିଶେଷ ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ କିଷାନ ବିଶିଷ୍ଟ ନେତା ତଥା ରାଜ୍ୟ ସହ ପ୍ରଭାରୀ ବିଜୟପାଳ ସିଂ ତୋମାର ଯୋଗଦେବେ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ପଦାଧିକାରୀ, ସମସ୍ତ ବିଧାୟକ ଓ ସାଂସଦ, ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ସଭାପତି ମାନେ ମଧ୍ୟ ଯୋଗଦେବେ । ରାଜ୍ୟର ବିଭିନ୍ନ ସମସ୍ୟା, ରାଜ୍ୟବାସୀ ବିଜେପିକୁ ଦେଇଥିବା ଦାୟିତ୍ବ ଦଳ ସୂଚାରୁ ରୂପେ ତୁଲାଉଛି । ଏହି ସବୁ ବିଷୟରେ କାର୍ଯ୍ୟକାରିଣୀରେ ଆଲୋଚନା ହେବ ।