କରୋନାରେ ଆଖି ବୁଜିଲେ ଘରର ଏକମାତ୍ର ରୋଜଗାରିଆ ପୁଅ

4

କଟକ,୨୮/୦୬/୨୧ (ଜିଲ୍ଲା ଖବର) : କରୋନା ଦେଇଚାଲିଛି ଯନ୍ତ୍ରଣା ଓ କଷ୍ଟ । ମହାମାରୀରେ ଆକ୍ରାନ୍ତ ହୋଇ କିଏ ନିଜର ରୋଜଗାରିଆ ପୁଅକୁ ହରାଉଛି ତ ଆଉ କିଏ ସ୍ୱାମୀକୁ ହରାଇଛନ୍ତି । ଏହି ମାହାମାରୀ ଅନେକଙ୍କ ସଂସାରକୁ କରିଛି ଛାଡଖାର । ଏଭଳି ଏକ ପରିବାର ହେଉଛି କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଅଶୋକଙ୍କ ପରିବାର ।

କରୋନାରେ ଅଶୋକଙ୍କ ହଠାତ ମୃତ୍ୟୁ ହେବା ପରେ ବାପା, ମା ,ସ୍ତ୍ରୀ ଓ ଦୁଇ ଝିଅର ସଂସାରକୁ ଅଧା ବାଟରେ ଛାଡି ଆରପାରିକି ଚାଲିଯାଇଛନ୍ତି । ପରିବାରର ଏକ ମାତ୍ର ରୋଜଗାର ପୁଅ ଅଶୋକଙ୍କ ମୃତ୍ୟୁ ପରେ ପରିବାର ଅତ୍ୟନ୍ତ ଖରାପ ସ୍ଥିତିରେ ଗତି କରୁଛି। ଘରେ ଏବେ ଦି ମୁଠା ଖାଇବା କଷ୍ଟକର ହୋଇପାଡୁଥିବା ବେଳେ ସ୍କୁଲରେ ଝିଅମାନଙ୍କ ଲାଗି ପାଠ ପଢା ଖର୍ଚ୍ଚ ଉଠାଇବେ ସେ ନେଇ ଜୀବନର ଦୋଛକିରେ ପଡିଗଲେଣି ଅଶୋକଙ୍କ ପତ୍ନୀ।