
୨୮/୦୬/୨୧ (ଜିଲ୍ଲା ଖବର) : ଜାମ୍ମୁ କାଶ୍ମୀରରେ ଥମୁନି ହିଂସା । ଗୋଟିଏ ପରେ ଗୋଟିଏ ବର୍ବର ଘଟଣା ସାମନାକୁ ଆସୁଛି । ଗତକାଲି ଡ୍ରୋନ୍ ଯୋଗେ ଆତଙ୍କବାଦୀ ବିସ୍ଫୋରଣ ଘଟଣା ପରେ ପୁଲୱାମା ତ୍ରାଲ ଅଞ୍ଚଳରେ ଜଣେ ଏସପିଓଙ୍କ ଘରେ ପସି କରିଛନ୍ତି ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି । ଏସପିଓଙ୍କ ଝିଅ ଗୁରୁତର ଥିବାବେଳେ ତାଙ୍କ ଚିକିତ୍ସା ଜାରି ରହିଛି ।
ସମ୍ପୂର୍ଣ୍ଣ ଘଟଣା ଟା ଥିଲା ଏମିତି…
ଗତକାଲି ବିଳମ୍ବିତ ରାତିରେ ଫୈୟାଜ ଅହମ୍ମଦଙ୍କ ଘରେ ପଶିଥିଲେ ଆତଙ୍କବାଦୀ । ସେମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ବାପା, ମାଆ ଓ ଝିଅ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ସମୟରେଏସପିଓ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୋଲିସ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ଅନ୍ୟପଟେ ଏସପିଓଙ୍କ ନିଜ ଗ୍ରାମ ହରିପରିଗମ୍ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ଜମ୍ମୁସ୍ଥିତ ବିମାନ ବନ୍ଦରର ପରିସରରେ ଡ୍ରୋନ ଯୋଗେ ବିସ୍ଫୋରଣ ହୋଇଥିଲା । ପ୍ରଥମ ଥର ଡ୍ରୋନ ଯୋଗେ ଏପରି ଆକ୍ରମଣ ହୋଇଥିବାବେଳେ ଏନଆଇଏ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିବା ଜଣାପଡିଛି ।



