
ନୂଆଦିଲ୍ଲୀ, ୨୮/୦୬/୨୧ (ଜିଲ୍ଲା ଖବର) : ଲୋକପ୍ରିୟ ଟେଲି ଅଭିନେତା କରନ ମେହରା ଏବଂ ତାଙ୍କ ପତ୍ନୀ ନିଶା ରାଓ୍ବଲ ସମ୍ପର୍କରେ କିଛି ଦିନ ପୂର୍ବରୁ ଫାଟ ସୃଷ୍ଟି ହୋଇଛି । ଉଭୟ ଉଭୟଙ୍କ ବିରୋଧରେ ଦୋଷ ଲଦାଲାଦି ହେଉଛନ୍ତି । ତାଙ୍କର ଏହି ମାମଲା କମିବାର ନାଁ ନଧରି ବଢି ଚାଲିଛି । ତେବେ ଏବେ ପୁଣି ଥରେ କରନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ନିଶା ।
ହେଲେ ଏଥର ସେ କେବଳ କରନଙ୍କ ବିରୋଧରେ ମାମଲା ରୁଜୁ କରି ନାହାଁନ୍ତି ବରଂ ତାଙ୍କ ପରିବାର ଅଜୟ ମେହରା,କୁନାଲ ମେହରାଙ୍କ ନାଁରେ ଘରୋଇ ହିଂସା ଓ ଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି । ସେ ଏନେଇ ମୁମ୍ବାଇ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁଯାୟୀ, କରନ ତାଙ୍କ ବ୍ୟାଙ୍କ ଆକାଉଂଟରୁ ଏକ କୋଟି ଟଙ୍କା ବାହାର କରି ନେଇ ଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ନିଶା ।
ପ୍ରକାଶ ଥାଉକି, ଏହା ପୂର୍ବରୁ ନିଶା ମୁମ୍ବାଇର ଗୋରେଗାଓଁ ପୁଲିସ ଷ୍ଟେସନରେ ସ୍ବାମୀ କରନ ମେହରା ତାଙ୍କୁ ମାରପିଟ କରୁଥିବା ଅଭିଯୋଗ କରିଥିଲେ । ଏହାପରେ କରନଙ୍କୁ ଗିରଫ କରିଥିଲା ପୁଲିସ । ଦିନକ ପରେ କରନ ଜାମିନରେ ଘରକୁ ଫେରିଥିଲେ ।




