ଚାଷୀ ସମସ୍ୟାକୁ ନେଇ କୋଶଳ ସେନା ପକ୍ଷରୁ ରାସ୍ତା ଅବରୋଧ

3

ବରଗଡ,୨୮/୦୬/୨୧ (ଜିଲ୍ଲା ଖବର) :  ଆଜି କୋଶଳ ସେନା ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ଛକ ଠାରେ ଚାଷୀଙ୍କ ସମସ୍ୟାକୁ ନେଇ ରାସ୍ତା ଅବରୋଧ କରାଯାଇଛି । ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କୋଶଳ ସେନା । ଦୀର୍ଘଦିନ ଧରି ସମସ୍ୟାକୁ ନେଇ ସମସ୍ତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ସୁଫଳ ନ ମିଳିବାରୁ ଆଜି କୋଶଳ ସେନା ପକ୍ଷରୁ ରାଜରାସ୍ତା ଅବରୋଧ  କରାଯାଇଛି । ସେପଟେ ବରଗଡ଼ ଜିଲ୍ଲା ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଗିତ ରହିଛି । ଦୀର୍ଘ 5 ଦିନ ହେବ ଚାଷୀମାନେ ଅନଶନରେ ବସିଥିବା ବେଳେ ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ତେବେ ରବିବାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆନ୍ଦୋଳନ ସ୍ଥଳରେ ପହଁଞ୍ଚି  ବୁଝା ସୁଝା କରିବା ପରେ ଅନଶନକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି ।