Monday, November 16, 2026
Home ଆଞ୍ଚଳିକ ରାଜଧାନୀର ଏକ ଘରୋଇ ହସ୍ପିଟାଲ ନାଁରେ ରୋଗୀଙ୍କୁ ଶୋଷଣ ଅଭିଯୋଗ

ରାଜଧାନୀର ଏକ ଘରୋଇ ହସ୍ପିଟାଲ ନାଁରେ ରୋଗୀଙ୍କୁ ଶୋଷଣ ଅଭିଯୋଗ

12

ଭୁବନେଶ୍ୱର,୨୮/୦୬/୨୧ (ଜିଲ୍ଲା ଖବର) : ରାଜଧାନୀର ଏକ ଘରୋଇ ହସ୍ପିଟାଲ ନାଁରେ ରୋଗୀଙ୍କୁ ଶୋଷଣ ଅଭିଯୋଗ। ରୋଗୀଙ୍କ ଠାରୁ ଅଧିକ ବିଲ ନେଉଥିବା ଅଭିଯୋଗ। ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । 

ଗତ ୧୯ ତାରିଖରେ ସୁଶାନ୍ତ କୁମାର ପଣ୍ଡା ନାମକ ଜଣେ ରୋଗୀ ରାୟଗଡା ଜିଲ୍ଲାର ପଦ୍ମପୁର ଅଂଚଳରୁ ଆସି ଫାୟାର ଷ୍ଟେସନ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ତେବେ ଫେସ ମାସ୍କ ଏବଂ ଆଇସିୟୁ ଚାର୍ଜ ଅଧିକ ନେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକ। ଅନ୍ୟପକ୍ଷରେ ଏକଥାକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଆଉ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିବାବେଳେ ରୋଗୀଙ୍କ ସମ୍ପର୍କିୟ ହଇରାଣ ହେଉଥିବାବେଳେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।