Monday, November 16, 2026
Home ଆଞ୍ଚଳିକ ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ

ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ

8

୨୮/୦୬/୨୧ (ଜିଲ୍ଲା ଖବର) :  ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ । ଭଦ୍ରକ ଚାନ୍ଦବାଲିଠାରେ ଥିବା ଅବଦୁଲ କଲାମ୍‌ ଦ୍ୱୀପରୁ ଆଜି ଡିଆରଡିଓ ପକ୍ଷରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବାର ସୂଚନା ମିଳିଛି ।

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ ହୋଇଛି ।  ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭୫୦ ରୁ ୧୦୦୦ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି ।

ଏହାର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ଦୁଇଦିନ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି । ଯଦି ପାଗ ଅନୁକୂଳ ରହେ ତେବେ ଆଜି ଏହି ପରୀକ୍ଷଣ ହେବ ବୋଲି ଜଣାପଡ଼ିଛି ।