Wednesday, November 11, 2026
Home ଆଞ୍ଚଳିକ ପ୍ରଥମ ଥର ପାଇଁ ବିଗବିଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ପ୍ରଥମ ଥର ପାଇଁ ବିଗବିଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

15

ନୂଆଦିଲ୍ଲୀ, ୨୮/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭନେତ୍ରୀ ନୀନା ଗୁପ୍ତା ଏବେ ବେଶ ଖୁସି ଅଛନ୍ତି । କାହିଁକି ନାଁ, ଦୀର୍ଘ ବର୍ଷ ପରେ ସେ ପ୍ରଥମ ଥର ପାଇଁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ’ଗୁଡବାୟ’ରେ ସେ ବିଗବିଙ୍କ ସହ ନଜର ଆସିବେ । ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ‘ଲୋକେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫିଲ୍ମ ‘ଗୁଡବାୟ’ ଏକ  ଏମିତି ଫିଲ୍ମ ହେବ , ଯେଉଁଥିରେ ମତେ ଅମିତାଭ ବଚ୍ଚନଙ୍କ ସହ କାମ କରିବାର ସୁଯୋଗ ମିଳିଛି ।  ଏହାକୁ ନେଇ ମୁଁ ବହୁତ ଖୁସି ଯେ, ମତେ ତାଙ୍କ ସହିତ କାମ କରିବାର ସୁଯୋଗ ମିଳିଛି’ ।  ଏହା ପୂର୍ବରୁ ଆଉ ଏକ ପ୍ରୋଜେକ୍ଟରେ ତାଙ୍କ ସହିତ କାମ କରିବାର ସୁଯୋଗ ଥିଲା। ଏଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କିନ୍ତୁ ତାହା ହୋଇପାରି ନଥିଲା।
 

ପ୍ରକାଶ ଥାଉକି, ନୀନା ଗୁପ୍ତା ଉତ୍ତରାଖଣ୍ଡର ମୁକ୍ତେଶ୍ୱର ସ୍ଥିତ ନିଜ ଘରେ ପ୍ରାୟ ଦୁଇ ମାସ ରହିବା ପରେ ମୁମ୍ବାଇ ଫେରି ଆସିଛନ୍ତି ା ଏବଂ ଆସିବା ମାତ୍ରେ ହିଁ  ଫିଲ୍ମ’ଗୁଡବାୟ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ସୁଟିଂ କରୋନାର ଦ୍ବିତୀୟ ଲହର କାରଣରୁ ବନ୍ଦ ରହିଥିଲା ।  ଏଥିରେ ନୀନା ଅମିତାଭ ବଚ୍ଚନଙ୍କ ପତ୍ନୀ ଭୂମିକାରେ  ନଜର ଆସିବେ ।

ଆଗରୁ ସେ ବିଗବିଙ୍କ ସହିତ କାମ କରି ନଥିଲେ ସତ, ହେଲେ ତାଙ୍କ ପରିବାର ସହିତ ତାଙ୍କର ବହୁତ ଭଲ ବନ୍ଧୁତା ରହିଛି । ନୀନା କୁହନ୍ତି, ଜୟାଜି  ପ୍ରତିବର୍ଷ ଦୀପାବଳୀରେ ମତେ ତାଙ୍କ ଘରକୁ ଡାକନ୍ତି ।