Wednesday, November 11, 2026
Home ଆଞ୍ଚଳିକ ଦେଶରେ କମୁଛି ସଂକ୍ରମଣ ହାର, ଗତ 24 ଘଣ୍ଟାରେ 46 ହଜାର 148 ପଜିଟିଭ ଚିହ୍ନଟ

ଦେଶରେ କମୁଛି ସଂକ୍ରମଣ ହାର, ଗତ 24 ଘଣ୍ଟାରେ 46 ହଜାର 148 ପଜିଟିଭ ଚିହ୍ନଟ

6

୨୮/୦୬/୨୧ (ଜିଲ୍ଲା ଖବର) :  ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ ।  ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ 46 ହଜାର 148 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 58 ହଜାର 578 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେପଟେ  76 ଦିନ ପରେ ହଜାରେ ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ 979 ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଏଯାବତ ୨ କୋଟି ୯୩ ଲକ୍ଷ ୯ ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଟିକାକରଣକୁ ଜୋରଦାର କରାଯାଇଛି । ଫଳସୂରପ କରାନାର ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି ।  ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।