Wednesday, October 14, 2026
Home ଆଞ୍ଚଳିକ ଟିମ୍ ହ୍ୟୁମାନିଟି ଦ୍ଵାରା ଅଜଗର ସାପ ଉଦ୍ଧାର

ଟିମ୍ ହ୍ୟୁମାନିଟି ଦ୍ଵାରା ଅଜଗର ସାପ ଉଦ୍ଧାର

13

କନ୍ଧମାଳ,୨୮/୦୬/୨୧ (ଜିଲ୍ଲା ଖବର) :ଫୁଲବାଣୀ ବ୍ଲକ୍ ଠାରୁ 12 କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚା ରେ ଏକ ଅଜଗର ସାପ ପସିଥିବା ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ।

ଖବର ପାଇବା କ୍ଷଣି ଟିମ୍ ର ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ସୁନୀଲ କୁମାର ଜେନା, ସେକ୍ ଅବଦୁଲ ସାକୀର , ହିମାଂଶୁ ନାୟକ ଏବଂ ପ୍ରଶାନ୍ତ କୁମାର ସେନାପତି ଉକ୍ତ ସ୍ଥାନରେ ପହଞ୍ଚିଥିଲେ।

ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଫୁଲବାଣୀ ବନ ବିଭାଗ ଅଫିସ ରେ ହସ୍ତାନ୍ତର କରି ପୁଣି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଲେ।

ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର