ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ

34

ଭୁବନେଶ୍ଵର, ୧୬/୮(ଏଜେନସି) : ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ରାଜ୍ୟ ସରକାର ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ଉନ୍ନୟନ କମିଶନର ହୋଇଛନ୍ତି ସୁରେଶ ମହାପାତ୍ର। ଏଥିସହ ସେ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଆସନ୍ତା ୧୯ତାରିଖ ଦିନ ଅସିତ ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିବେ।

ସେହିଭଳି ପ୍ରଦୀପ ମାହପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ପଦରେ ନିଯୁକ୍ତ ଦିଆଯାଇଥିବା ବେଳେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ସ୍ପେଶାଲ ଇନିସିଏଟିଭର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଦାୟିତ୍ଵ ଦିଆଯାଇଛି। ପୂର୍ତ୍ତ ସଚିବ ଡକ୍ଟର କ୍ରିଷ୍ଣନ କୁମାରଙ୍କୁ ଏସଆଇଟିଏର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଦିଆଯାଇଛି।