ପୂର୍ବତନ କୁଳପତି ଡଙ୍କୁ ହତ୍ଯା

40

ଝାରସୁଗୁଡ଼ା,୨୭/୬(ଜିଲ୍ଲା ଖବର ) : ପୂର୍ବତନ କୁଳପତିଙ୍କୁ ହତ୍ୟା । ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ । ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା । ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ସୂଚନା ଅନୁସାରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ୧୦୦ ଟଙ୍କା ମାଗିଥିଲେ ଆକ୍ରମଣକାରୀ । ତେବେ ଟଙ୍କା ଦେବାକୁ ମନା କରିଦେବାରୁ ଅତର୍କିତ ଆକ୍ରମଣ କରିଥିଲେ। ୧୦୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା ଦେଲେ ଧ୍ରୁବରାଜଙ୍କ ଭାଇ । ଜେନେିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜମିଜମା ମାମଲାକୁ ନେଇ ବ୍ୟକ୍ତିଗତ ବା ପାରିବାରିକ ଶତ୍ରୁତାକୁ ମଧ୍ୟ ଏକ ଦିଗ ଭାବରେ ନେଇ ଅନୁସନ୍ଧାନ କରିବା ପାଇଁ ପୋଲିସ ରାସ୍ତା ଉନ୍ମୁକ୍ତ ରଖିଛି। ବର୍ତ୍ତମାନ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।
ରିପୋର୍ଟ,ବିଶ୍ବରଂଜନ ହୋତା