Monday, November 16, 2026
Home ଆଞ୍ଚଳିକ ପୁଣି ଗଡିବ ବନ୍ଦ ଥିବା ଟ୍ରେନ୍‌

ପୁଣି ଗଡିବ ବନ୍ଦ ଥିବା ଟ୍ରେନ୍‌

11

ନୂଆଦିଲ୍ଲୀ, ୨୭/୦୬/୨୧ (ଜିଲ୍ଲା ଖବର) : ପୁଣି ଗଡିବ ଟ୍ରେନ୍। ଭାରତୀୟ ରେଳବାଇ କରୋନା ସଙ୍କଟ ମଧ୍ୟରେ ଅଟକି ରହିଥିବା ଟ୍ରେନଗୁଡିକୁ ପୁନଃ ଆରମ୍ଭ କରିବାକୁ ଯାଉଛି। ରାଞ୍ଚି ରୁ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ଜୁନ୍ 28 ରୁ ଆରମ୍ଭ ହେବ । ଏହି ଟ୍ରେନ୍ ରାଞ୍ଚିରୁ କୋଡରମା, ଗୟା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ, ପ୍ରୟାଗରାଜ ଏବଂ କାନପୁର ଦେଇ ଯିବ।

ଟ୍ରେନ୍ ଚଳାଚଳ ଦ୍ୱାରା  ଝାଡଖଣ୍ଡ ତଥା ବିହାର ଏବଂ ଉତ୍ତରପ୍ରଦେଶର ଯାତ୍ରୀମାନେ ଉପକୃତ ହେବେ। ଟ୍ରେନ୍ ବନ୍ଦ ହେତୁ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟ୍ରେନ୍ ଆରମ୍ଭ ହେବା ପରେ ଯାତ୍ରୀମାନଙ୍କୁ ବଡ ଆଶ୍ୱସ୍ତି ମିଳିବ ।