
ଭୁବନେଶ୍ୱର, : ରାଜଧାନୀ ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୪ ନମ୍ବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରାଯାଇଛି ।
ସେହିପରି ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ବଜାର ବାପୁଜୀନଗର ମାର୍କେଟ୍କୁ ଜୁଲାଇ ୧ ଯାଏଁ ସିଲ୍ କରିଛି ବିଏମ୍ସି । ଗତ ୧୮ ତାରିଖରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବିଏମସି ଏହି ଦୁଇଟି ବଜାରକୁ ଜୁନ ୨୫ ଯାଏଁ ସିଲ୍ କରିଥିଲା । ବର୍ତମାନ ଏହାର ସ୍ଥିତି ଅନୁଧ୍ୟାନ କରି ପୁଣି କଟକଣା ଅବଧିକୁ ଜୁଲାଇ ୧ ଯାଏଁ ବୃଦ୍ଧି କରିଛି ।



