Sunday, November 15, 2026
Home ଆଞ୍ଚଳିକ ନିଜ ଗାଁରେ ରାଷ୍ଟ୍ରପତି, ଭବ୍ୟ ସ୍ବାଗତ କଲେ ଗ୍ରାମବାସୀ

ନିଜ ଗାଁରେ ରାଷ୍ଟ୍ରପତି, ଭବ୍ୟ ସ୍ବାଗତ କଲେ ଗ୍ରାମବାସୀ

12

ନୂଆଦିଲ୍ଲୀ: ନିଜ ଗାଁରେ ପହଞ୍ଚିଲେ ରାଷ୍ଟ୍ରପତି  । ସର୍କିଟ ହାଉସରୁ ବାହାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ପ୍ରାୟ 09:05 ସମୟରେ ବାୟୁସେନାର ହେଲିକପ୍ଟର ଯୋଗେ ନିଜ ଜନ୍ମସ୍ଥାନ ଉତ୍ତରପ୍ରଦେଶର ପରୌଖ ଗ୍ରାମରେ ପହଞ୍ଚିଛନ୍ତି ।

ପରୌଖ ଗାଁର ଲୋକମାନେ ସେମାନଙ୍କର ଲାଲାଙ୍କୁ ଭେଟି ଆନନ୍ଦିତ ହୋଇଛନ୍ତି । ସ୍ୱାଗତ ପାଇଁ ଗ୍ରାମବାସୀ ପ୍ରତ୍ୟେକ ଘରେ ଘିଅ ଦୀପ ଜଳାଇଛନ୍ତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଦ୍ୱାରରୁ ଦ୍ୱାର ରଙ୍ଗରେ ଆଚ୍ଛାଦିତ ହୋଇଥିଲା । ରାଷ୍ଟ୍ରପତି ହେବାର ପ୍ରାୟ ଚାରି ବର୍ଷ ପରେ ରାମନାଥ କୋବିନ୍ଦ ରବିବାର ଦିନ ପ୍ରଥମ ଥର ପାଇଁ ନିଜ ଗାଁରେ ପାଦ ଥୋଇଛନ୍ତି। 

ପହଞ୍ଚିବା ପରେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଗ୍ରାମ ଭ୍ରମଣ ପାଇଁ ବାହାରିଥିଲେ। ରାଷ୍ଟ୍ରପତି ହେବାର ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଗାଁରେ ପହଞ୍ଚିବା ପରେ କୋବିନ୍ଦ ଆମ୍ବେଦକର ପାର୍କରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରିଥିଲେ ଏବଂ ଗ୍ରାମଦେବୀ ପଥରି ଦେବୀଙ୍କ ମନ୍ଦିରରେ ପୂଜା କରିଥିଲେ ।