
ଆସିକା, ୨୫/୧୦ (ଖିରୋଦ ଚନ୍ଦ୍ର ବେହେରା) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ସର୍ବ ଶିକ୍ଷା ଅଭିଯାନ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ୟ୍ୟଳୟ ଅଧିନସ୍ଥ ବାଲିସିରା କ୍ଲଷ୍ଟର ରେ ବୁଧବାର ଦିନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୧୯” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବାଲିସିରା କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜନା ଶ୍ରୀ ଧୋବା ବେହେରା ଏବଂ ବାବନ ପୁର ସି.ଆର.ସି.ସି ଶ୍ରୀ ଶିବ ଶଙ୍କର ଜେନା ଙ୍କ ମିଳିତ ତତ୍ତ୍ଵାବଧାନ ରେ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିସିରା ରେ ହୋଇଥିବା ଏହି କାର୍ୟ୍ୟକ୍ରମରେ କ୍ଲଷ୍ଟର ଅଧିନସ୍ଥ ୧୪ ଟି ବିଦ୍ୟାଳୟ ରୁ ପ୍ରାୟ ୧୨୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଛାତ୍ର ଛାତ୍ରୀ ମାନେ ଲୁକ୍କାୟିତ ପ୍ରତିଭା କୁ ବିକାଶତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲିସିରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରାଜେଶ୍ବରୀ ଗୌଡ,ସମ୍ମାନିତ ଅତିଥି ଭାବେ ଶ୍ରୀ ସରୋଜ କୁମାର ନାୟକ, ଶ୍ରୀ ଗଣପତି ସେଠି, ଶ୍ରୀ ସିମାଞ୍ଚଳ ଗୌଡ, ଶ୍ରୀ ସତ୍ୟନାରାୟଣ ସେଠି ଶ୍ରୀ ସନ୍ତୋଷ ବେହେରା ଶ୍ରୀ ବିଦ୍ୟାଧର ସାହୁ, ଶ୍ରୀ ବିଜୟ ସ୍ବାଇଁ ଓ ଦୟାନିଧି ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଅନ୍ତର୍ନିହିତ ପ୍ରତିଭା ର ବିକାଶ ପାଇଁ ସୁରଭି କାର୍ୟ୍ୟକ୍ରମ ଏକ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ଏହି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ୟ୍ୟକ୍ରମରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ୟ୍ୟକ୍ରମ ରେ ଅଂଶଗ୍ରହଣ କରିବା ର ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କାର୍ୟ୍ୟକ୍ରମ ପରିଚାଳନା ରେ ବାଲିସିରା ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସ୍ବାଇଁ, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଶ୍ରୀ ଶରତ ମୁନି, ଶ୍ରୀ ଶଙ୍କର ପ୍ରସାଦ ସ୍ୱାଇଁ, ଶ୍ରୀ ଶିବ ଶଙ୍କର ସ୍ବାଇଁ, ଶ୍ରୀମତୀ ଇଶ୍ବରୀ ମହାପାତ୍ର, ଶ୍ରୀ କାଳିଚରଣ ପଟ୍ଟନାୟକ, ଶ୍ରୀ ସମୀରକାନ୍ତ ନାୟକ, ଶ୍ରୀମତୀ ପ୍ରେମଲତା ବେହେରା, ଶ୍ରୀମତୀ ନିରୁପମା ଦାସ ,ଶ୍ରୀମତୀ ସରିତା କୁମାରୀ ପଟ୍ଟନାୟକ, ଶ୍ରୀ ବୃନ୍ଦାବନ ନାହକ, ଶ୍ରୀ ବାଳକୃଷ୍ଣ ତ୍ରିପାଠୀ, ଶ୍ରୀମତୀ ବବିତା ପାତ୍ର, ଶ୍ରୀ ପାଣ୍ଡବ ନାୟକ, ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ସୁଶ୍ରୀ ଗୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ସୁନୀତା କୁମାରୀ ପ୍ରଧାନ, ଶ୍ରୀ ସନ୍ତୋଷ କୁମାର ଗୌଡ, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ନାହାକ, ଶ୍ରୀ ହରିବନ୍ଦୁ ନାହାକ , ଶ୍ରୀମତୀ ଗୀତାଞ୍ଜଳି ପାତ୍ର, ଶ୍ରୀମତୀ ରଞ୍ଜିତା ପାତ୍ର, ଶ୍ରୀମତୀ ମମତା ସାହୁ, ଙ୍କ ସମେତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।



