Saturday, October 10, 2026
Home ଅପରାଧ ପୁଣି ମାତିଲେ ପଥର ମାଫିଆ, ଚୋରା ପଥର ବୋଝେଇ ଟ୍ରକ ଓ ବାଲି ବୋଝେଇ ଡମ୍ପର...

ପୁଣି ମାତିଲେ ପଥର ମାଫିଆ, ଚୋରା ପଥର ବୋଝେଇ ଟ୍ରକ ଓ ବାଲି ବୋଝେଇ ଡମ୍ପର ଜବତ

12

ଖୋର୍ଦ୍ଧା,୨୭/୦୬/୨୧ (ଜିଲ୍ଲା ଖବର) : ପୁଣି ମାତିଲେ ପଥର ମାଫିଆ। ଚୋରା ପଥର ବୋଝେଇ ଟ୍ରକ ଓ ବାଲି ବୋଝେଇ ଡମ୍ପର ଜବତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅଞ୍ଚଳ ବାଙ୍କୋଇ ବଜାରରୁ ବିଳମ୍ବିତ ରାତିରେ ଚୋରା ବାଲି ବୋଝେଇ ଡମ୍ପର ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି ବାଙ୍କୋଇ ଫାଣ୍ଡି ପୋଲିସ। ସରକାରୀ ରାଜସ୍ବକୁ ଠକି ବାଲି, ମାଙ୍କଡା ପଥର, ମୋରମକୁ ମାଫିଆ ମାନେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଲାଭ ଉଠାଉଛନ୍ତି।

ଫଳରେ ତହସିଲର ରାଜସ୍ବ ଦିନକୁ ଦିନ କମିବାରେ ଲାଗିଛି। ସେପଟେ ଆଗାମୀ ଦିନରେ ବେଆଇନ ବାଲି, ମାଟି, ପଥର, ମୋରମ ଚାଲାଣକୁ ରୋକିବା ପାଇଁ ଚଢ଼ାଉ ଜୋରଦାର କରାଯିବ ବୋଲି ବାଙ୍କୋଇ ଫାଣ୍ଡି ଅଧିକାରୀ କହିଛନ୍ତି।