Wednesday, November 11, 2026
Home ଆଞ୍ଚଳିକ ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର

ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର

12

ଭୁବନେଶ୍ୱର, ୨୭/୦୬/୨୧ (ଜିଲ୍ଲା ଖବର) : ଦେଶର ଶ୍ରେଷ୍ଠ ୨୫ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର। ନୂତନ ଏମ୍ସ ଗୁଡ଼ିକମଧ୍ୟରେ ଏମ୍ସ ଯୋଧପୁର ବ୍ୟତୀତ ଭୋପାଲ, ପାଟନା, ରାୟପୁର, ଋଷିକେଶ ଆଦି ଏମ୍ସ ତୁଳନାରେ ଭୁବନେଶ୍ୱର ଭଲ ପ୍ରଦର୍ଶନ କରି ୨୫ତମ ସ୍ଥାନ ହାସଲ କରିଛି ।

ଆଗାମୀ ବର୍ଷ ବେଳକୁ ଶ୍ରେଷ୍ଠ ୨୦ ଭିତରେ ଭୁବନେଶ୍ୱର ଆସିଯିବ ବୋଲି ଆଶା କରାଯାଉଛି। ପ୍ରଥମ ଥର ପାଇଁ ପ୍ରତିଷ୍ଠାନକୁ ଏହି ସଫଳତା ମିଳିଛି। ରୋଗୀ ସେବା, ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଓ ଗବେଷଣା ଆଦି ୩ଟି ପ୍ରମୁଖ କାରଣ ଯୋଗୁଁ ଏମ୍ସ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ହୋଇ ପାରିଛି। ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଖାନାର ଓପିଡି ବନ୍ଦ କରାଯାଇଛି ।

ଏହା ସତ୍ତ୍ୱେ ଏକ ବର୍ଷ ମଧ୍ୟରେ ଏମ୍ସକୁ ପ୍ରାୟ ଏକ ଲକ୍ଷ ରୋଗୀ ଆସିଛନ୍ତି। ଗୋଟିଏ-ଗୋଟିଏ ଦିନରେ ରୋଗୀ ସଂଖ୍ୟା ୪ ହଜାରକୁ ବି ଟପିଛି। ପ୍ରାୟ ୩୫୦୦ ବଡ଼ଧରଣର ଅସ୍ତ୍ରୋପଚାରକୁ ମିଶାଇ ବର୍ଷକୁ ୫ ହଜାର ଅସ୍ତ୍ରୋପଚାର ହୋଇଛି ।