Sunday, November 15, 2026
Home ଆଞ୍ଚଳିକ କମୁନି ସଂକ୍ରମଣ ସଂଖ୍ୟା, ପୁଣି ରାଜଧାନୀକୁ ଫେରିଲା କଣ୍ଟେଟମେଣ୍ଟ ଜୋନ

କମୁନି ସଂକ୍ରମଣ ସଂଖ୍ୟା, ପୁଣି ରାଜଧାନୀକୁ ଫେରିଲା କଣ୍ଟେଟମେଣ୍ଟ ଜୋନ

10

ଭୁବନେଶ୍ୱର,୨୭/୦୬/୨୧ (ଜିଲ୍ଲା ଖବର) : ପୁଣି ରାଜଧାନୀକୁ ଫେରିଲା କଣ୍ଟେଟମେଣ୍ଟ ଜୋନ। ଦିନକୁ ଦିନ ରାଜ୍ୟରେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଏଭଳି ସ୍ଥିତିରେ ସମସ୍ତେ ସତର୍କ ରହିବାକୁ କୁହାଯାଉଥିବାବେଳେ, ସାଧାରଣ ଲୋକ ଏହାକୁ ମାନୁନାହାନ୍ତି।  

ଭୁବନେଶ୍ୱର ମହାନଗର ନିଗମ ରାଜଧାନୀର ଦୁଇଟି ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ଲାଗୁ କରିଛି । ୱାର୍ଡ ନମ୍ବର ୩୬ ଅନ୍ତର୍ଗତ ୟୁନିଟ୍‌-୫ର ଏସ୍‌ଆଇବି କଲୋନି ଏବଂ ୱାର୍ଡ ନମ୍ବର ୪ ଅନ୍ତର୍ଗତ ରୁଦ୍ରପୁର ବେହେରା ସାହିରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୟୁନିଟ୍‌-୫ର ଏସ୍‌ଆଇବି କଲୋନି ଆପାର୍ଟମେଣ୍ଟର ୨୫ଟି କ୍ୱାର୍ଟର୍ସକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦି ଯୋଗାଇ ଦିଆଯିବ ।

ସେହିପରି ରୁଦ୍ରପୁର ବେହେରା ସାହିର କେତେକ ଅଞ୍ଚଳରେ କଣ୍ଟେନମେଣ୍ଟ ଲାଗୁ ହୋଇଛି । ଏନେଇ ବିଏମ୍‌ସି ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଷ୍ଟିକର ଲଗାଯିବା ସହ ଲୋକଙ୍କ ଉଦ୍ଦେଶ୍ୟରେ ସୂଚନା ଜାରି କରାଯାଇଛି ।