Home ଆଞ୍ଚଳିକ ଦେଶବ୍ୟାପୀ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳିତ

ଦେଶବ୍ୟାପୀ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳିତ

92
Image: Ayus

ନୂଆଦିଲ୍ଲୀ : ଅକ୍ଟୋବର ୨୫ରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳିତ ହେଉଛି। ଚଳିତ ବର୍ଷ ଏହା ହେଉଛି ଚତୁର୍ଥ ଆୟୁର୍ବେଦ ଦିବସ। ଏ ନେଇ ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନରେ ଧନ୍ଵନ୍ତରୀ ପୂଜାର୍ଚ୍ଚନା ସହ ଭବ୍ୟ ସମାରୋହରେ ‘ରାଷ୍ଟ୍ରୀୟ ଧନ୍ଵନ୍ତରୀ ଆୟୁର୍ବେଦ ପୁରସ୍କାର ୨୦୧୯’ ପ୍ରଦାନ କରାଯିବ। ସମାରୋହରେ ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗଦେବେ। ଏଥିରେ ଆୟୁଷ ଏବଂ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ଯଶୋ ନାଏକ ଯୋଗଦେବେ। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ୨୦୧୬ଠାରୁ ପ୍ରତ୍ୟେକ ବର୍ଷ ଧନ୍ଵନ୍ତରୀ ଜୟନ୍ତୀ (ଧନତେରସ) ଦିନ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଏଥିରେ ୩ରୁ ୪ଜଣ ଆୟୁର୍ବେଦ ବିଶେଷଜ୍ଞଙ୍କୁ ରାଷ୍ଟ୍ରୀୟ ଧନ୍ଵନ୍ତରୀ ଆୟୁର୍ବେଦ ପୁରସ୍କାର ପୁରସ୍କାର ଦିଆଯାଉଛି। ଏହି ଦିବସ ପାଳନ ଜରିଆରେ ଲୋକମାନଙ୍କୁ ନିରୋଗୀ ଜୀବନ ଯାପନ ପାଇଁ ଆହାର, ବିହାର, ନିଦ୍ରା ଏବଂ ସ୍ଵସ୍ଥ ଜୀବନ ଯାପନ ପାଇଁ ବ୍ୟବହାରିକ ଏବଂ ମନୋବିଜ୍ଞାନ ଉପାୟ ବିଷୟରେ ଅବଗତ କରାଯାଇଥାଏ।

ସ୍ରୋତ-ସମାଜ