
ନୂଆଦିଲ୍ଲୀ,୨୭/୦୬/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ 11 ଟାରେ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ଏହା ତାଙ୍କର 78 ତମ ‘ମନ କି ବାତ’ ହେବ । ଏହି ସମୟରେ ସେ ଦେଶରେ ଥିବା କରୋନା ରୋଗ ଏବଂ ଟୀକାକରଣର ସ୍ଥିତି ବିଷୟରେ ଆଲୋଚନା କରିବେ।
ସକାଳେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ରେ ସମଗ୍ର ନେଟୱାର୍କରେ ଏବଂ ଅଲ ଇଣ୍ଡିଆ ନ୍ୟୁଜ୍ ୱେବସାଇଟ୍ ସହିତ ଆପରେ ପ୍ରସାରିତ ହେବ ।


