Sunday, October 11, 2026
Home ଆଞ୍ଚଳିକ ଆଜି ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ତୃତୀୟ ଦିନ

ଆଜି ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ତୃତୀୟ ଦିନ

7

ପୁରୀ,୨୭/୦୬/୨୧ (ଜିଲ୍ଲା ଖବର) : ଆଜି ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ତୃତୀୟ ଦିନ । ଭୋର ଚାରିଟାରେ ଦ୍ୱାର ଫିଟା ଯିବା ପରେ ସକାଳ ୬ଟା ସୁଦ୍ଧା ଶ୍ରୀଜୀଉ ବିଭିନ୍ନ ରୀତିନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ଅଣସର ଦର୍ଶନର ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ମନ୍ଦିରର ବାନା ପରିବର୍ତ୍ତନ ହୋଇଛି। ଚୂନରା ସେବାୟତ ନୂଆବାନା ଶ୍ରୀଜିଉଙ୍କ ପାଖରେ ଲାଗି କରିବା ପରେ ନୀଳଚକ୍ରରେ ବାନ୍ଧିଛନ୍ତି।

କରୋନା କଟକଣା ସାଙ୍ଗକୁ ପ୍ରଶାସନର ୧୪୪ ଧାରା ଜାରି ଫଳରେ ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । ମନ୍ଦିରକୁ ଲାଗି ଥିବା ସେବାୟତ ଗାଁର କିଛି ଶ୍ରଦ୍ଧାଳୁ ଆସୁଥିଲେ ସୁଦ୍ଧା ବ୍ୟାରିକେଡ୍ ପାଖରେ ଥିବା ଚାଙ୍ଗୁଡାରେ ଫୁଲ, ତୁଳସୀ ଓ ଅମୋଣିହା ରଖି ସେହିଠାରୁ ପ୍ରଣାମ କରି ଫେରୁଛନ୍ତି ।