Saturday, October 10, 2026
Home ଆଞ୍ଚଳିକ ଜ୍ୱରରେ ପିଡୀତ ଚତୁର୍ଦ୍ଧାବିଗ୍ରହ, ଜାରି ରହିଛି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା

ଜ୍ୱରରେ ପିଡୀତ ଚତୁର୍ଦ୍ଧାବିଗ୍ରହ, ଜାରି ରହିଛି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା

12

ପୁରୀ,୨୭/୦୬/୨୧ (ଜିଲ୍ଲା ଖବର) : ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପିଡୀତ ଚତୁର୍ଦ୍ଧାବିଗ୍ରହ। ଆଜି ଅଣସରର ଚତୁର୍ଥ ଦିନ। ଦଇତାପତି ସେବାୟତ ମାନେ ଘନ ଅନ୍ଧାର କୋଠରୀ ମଧ୍ୟରେ ଜାରି ରଖିଛନ୍ତି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା। ଏହି ସମୟରେ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ। ଅଣସର ଘରେ ଚତୁର୍ଦ୍ଧାବିଗ୍ରହଙ୍କ ଠାରେ ପଣା ଓ ଚକଟା ଭୋଗ ଲାଗି ହେଉଥିବା ବେଳେ ପଟିଦିଅଁଙ୍କୁ ଅର୍ନ୍ନମହାପ୍ରସାଦ ଲାଗି କରାଯାଉଛି।

ଅଣସର ଘରେ ବିରାଜିତ ଠାକୁର ମାନଙ୍କୁ କେବଳ ଧଳାଫୁଲ ଲାଗି କରାଯାଏ। ଅଣସରର ୧୫ ଦିନ ପର‌୍ୟ୍ୟନ୍ତ ମହାପ୍ରଭୁଙ୍କ ଠାରେ ତୁଳସୀ ଲାଗି କରାଯାଏ ନାହିଁ। ତେବେ ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଠାରେ ଫୁଲୁରୀ ତେଲ ଲାଗି କରାଯିବାର ପରମ୍ପରା ରହିଛି।