
ନୂଆଦିଲ୍ଲୀ, ୨୭/୦୬/୨୧ (ଜିଲ୍ଲା ଖବର) : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୦୪୦ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ଦେଶରେ ଖସୁଛି ସଂକ୍ରମଣ ମାମଲା। ଯାହାକୁ ନେଇ ଦେଶବାସୀ ସାମାନ୍ୟ ଖୁସି ରହିଛନ୍ତି।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୨୫୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୫, ୭୫୧ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୮୬, ୪୦୩ କୁ ହ୍ରାସ ପାଇଛି। ଆରୋଗ୍ୟ ହାର ୯୬.୭୫% କୁ ବୃଦ୍ଧି ପାଇଛି।


