Wednesday, November 11, 2026
Home ଆଞ୍ଚଳିକ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ମିଳିପାରେ ଟିକା

ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ମିଳିପାରେ ଟିକା

9

୨୭/୦୬/୨୧ (ଜିଲ୍ଲା ଖବର) : ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ମିଳିପାରେ ଟିକା । ଜାଇଡସ କୋଡିଲାର ଭ୍ୟାକ୍ସିନକୁ ମିଳିପାରେ ମଞ୍ଜୁରି । ଏନେଇ ସୁପ୍ରିମକୋର୍ଟକୁ ଅବଗତ କରାଇଛନ୍ତି କେନ୍ଦ୍ରସରକାର । ସୂଚନା ଅନୁସାରେ ୧୨ରୁ ୧୮ ବର୍ଷ, ପିଲାଙ୍କ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ସରିଛି। ଏବେ କେବଳ ଅନୁମତିକୁ ଅପେକ୍ଷା ।

ସେପଟେ ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଭାରତ ବାୟୋଟେକର କୋଭାକ୍ସିନ ମଧ୍ୟ କ୍ଲିକାଲ ଟ୍ରାଏଲ ଆରମ୍ଭ କରିସାରିଛି । ଆଶା କରାଯାଉଛି ସେପ୍ଟେମ୍ବର ସୁଦ୍ଧା ଏହା ଦେଶରେ ମିଳିବ । ସେହିପରି ଦେଶରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଠିକରେ ଚାଲିଥିବା କହିଛି କେନ୍ଦ୍ର ।

୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୧୮୬ କୋଟି ଡୋଜ୍ ଦରକାର । ଜୁନ ୨୫ ସୁଦ୍ଧା ଦେଶରେ ୩୧ କୋଟି ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇସାରିଛି । ଏବଂ ଜୁଲାଇ ୩୧ ସୁଦ୍ଧା ୫୧ କୋଟି ଡୋଜ୍ ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।