Wednesday, November 11, 2026
Home ଆଞ୍ଚଳିକ କରୋନା ପରେ ବ୍ଲାକ ଫଙ୍ଗସ ବିପଦ, ବୁର୍ଲା ଭୀମସାରରେ ୫ ଜଣ ବ୍ଲାକ ଫଙ୍ଗସ ରୋଗୀଙ୍କ...

କରୋନା ପରେ ବ୍ଲାକ ଫଙ୍ଗସ ବିପଦ, ବୁର୍ଲା ଭୀମସାରରେ ୫ ଜଣ ବ୍ଲାକ ଫଙ୍ଗସ ରୋଗୀଙ୍କ ମୃତ୍ୟୁ

7

ସମ୍ୱଲପୁର, ୨୭/୦୬/୨୧ (ଜିଲ୍ଲା ଖବର) : କରୋନା ପରେ ବ୍ଲାକ ଫଙ୍ଗସ ବିପଦ । ବୁର୍ଲା ଭୀମସାରରେ ୫ ଜଣ ବ୍ଲାକ ଫଙ୍ଗସ ରୋଗୀଙ୍କ ମୃତ୍ୟୁ ସୂଚନା । ସେପଟେ ଅନ୍ୟ ୧୨ ଜଣ ଆକ୍ରାନ୍ତ ଏବେ ବି ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତ ୧୦ ଦିନରେ ବୁର୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଭୀମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକ । ସେହିପରି ଗତ ୧ ମାସ ମଧ୍ୟରେ ଭୀମସାରରେ ୧୭ ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଓ ୨ ଜଣ ସନ୍ଦିଗ୍ଧ ରହିଛନ୍ତି । ଇଏନଟି , ମେଡିସିନ୍ ଏବଂ ଚକ୍ଷୁ ବିଭାଗର ସ୍ବତନ୍ତ୍ର ୱାର୍ଡରେ ଏହି ଆକ୍ରାନ୍ତ ମାନେ ରହିଥିଲେ ।

ତେବେ ବଡ଼ କଥା ହେଉଛି ଦୁଇଜଣ ସଂନ୍ଦିଗ୍ଧଙ୍କ ବ୍ଲାକ୍ ଫଙ୍ଗସ ପରୀକ୍ଷା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣ ବ୍ଲାକ୍ ଫଙ୍ଗସ ରୋଗୀଙ୍କର ଜୀବନ ଯାଇଛି । ପ୍ରଥମେ ଚିକିତ୍ସିତ ହେଉଥିବା ୧୩ ଜଣଙ୍କ ମଧ୍ୟରୁ ଜଣେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି । ଜଣେ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ।