Wednesday, July 22, 2026
Home ଆଞ୍ଚଳିକ ମେଡିକାଲ କର୍ମଚାରୀ ଭ୍ୟାକସିନ ବିକ୍ରି କରିଦେଇଥିବା ଅଭିଯୋଗ

ମେଡିକାଲ କର୍ମଚାରୀ ଭ୍ୟାକସିନ ବିକ୍ରି କରିଦେଇଥିବା ଅଭିଯୋଗ

11

କେନ୍ଦୁଝର, ୨୭/୦୬/୨୧ (ଜିଲ୍ଲା ଖବର) : କରୋନା ସଙ୍କଟ ସମୟରେ କେନ୍ଦୁଝର ଜିଲ୍ଲାରୁ ଆସିଲା ସାଂଘାତିକ ଚିତ୍ର । ମେଡିକାଲ କର୍ମଚାରୀ ଭ୍ୟାକସିନ ବିକ୍ରି କରିଦେଇଥିବା ଅଭିଯୋଗ। ଆନନ୍ଦପୁର ଉପଖଣ୍ଡ ଶାଳଣିଆ ମେଡିକାଲ ଶରଳା ଗାଁକୁ ଜଣେ ମେଡିକାଲ କର୍ମଚାରୀ ଟୀକାକରଣ ନିମନ୍ତେ ଟିକା ନେଇଯାଇଥିଲେ ।

ମାତ୍ର ସେମାନେ ରାସ୍ତାରେ କିଛି ଭ୍ୟାକସିନ୍ ବିକ୍ରି କରିଦେଇଥିଲେ। ୧୨୦ଟି ଟିକାକୁ ୧୨ ଟି ଭଏଲରେ ନିଆଯାଇଥିଲା। ଟୀକାକରଣ ହେବାକୁ ଥିବା ଗାଁରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ଭଏଲ ଫାଙ୍କା ଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟ ଲୋକେ ଏ ସଂପର୍କରେ ମେଡିକାଲ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ମେଡିକାଲ ଅଧିକାରୀ ପ୍ରଭାତ ନାୟକ ଘଟଣା ସଂପର୍କରେ ଅବଗତ ହେବାପରେ ତଦନ୍ତ ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।