Wednesday, November 18, 2026
Home ଆଞ୍ଚଳିକ ବିଦ୍ୟୁତ ନେଲା ମହିଳାଙ୍କ ଜୀବନ

ବିଦ୍ୟୁତ ନେଲା ମହିଳାଙ୍କ ଜୀବନ

13

ବେଲଗୁଣ୍ଠା, ୨୬/୬(ଜିଲ୍ଲା ଖବର) : ଘରର ମୋଟର୍ ସ୍ୱିଚ୍ ରୁ ବିଦ୍ୟୁତ୍ ଆଘାତ ପାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ନେଟେଙ୍ଗା ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ ନେଟଙ୍ଗା ଗ୍ରାମର ଅରୁଣ କୁମାର ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀ ନାୟକ (୨୭) ଆଜି ସକାଳେ ଘରର ବାରିପଟେ ଥିବା ପାଣି ମୋଟର ସୁଇଚ୍ ଲଗେଇବା ବେଳେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ବିଦ୍ୟୁତ ଆଘାତ ପାଇ ଲକ୍ଷ୍ମୀ ଚିତ୍କାର କରି ଉଠିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ଘଟଣା ସ୍ଥଳକୁ ଦୌଡ଼ି ଆସି ବିଦ୍ୟୁତ ସଂଯୋଗ କାଟି ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ଗାଙ୍ଗପୁର ପୁଲିସ ମେଡ଼ିକାଲରେ ପହଂଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଗାଙ୍ଗପୁର ଥାନାରେ ୧୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଲକ୍ଷ୍ମୀଙ୍କର ତିନି ବର୍ଷ ଓ ୭ବର୍ଷର ଦୁଇଟି କନ୍ୟା ସନ୍ତାନ ଥିବା ଜଣାପଡିଛି ।

ରିପୋର୍ଟ-ଶିବରାମ ଚୌଧୁରୀ