
୨୬/୦୬/୨୧ (ଜିଲ୍ଲା ଖବର) : ପ୍ୟାନ-ଆଧାର ଲିଙ୍କ ଅବଧି ୩ ମାସ ବଢ଼ିଲା। କେନ୍ଦ୍ର ସରକାର ପୁଣି ଥରେ ଅବଧିକୁ ବଢ଼ାଇଛନ୍ତି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।
ପ୍ୟାନ-ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଥିଲା ଜୁନ୍ ୩୦। ମାତ୍ର କରୋନାର ଦ୍ୱିତୀୟ ଲହର ଏଥିରେ ବିଭ୍ରାଟ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମହଲତକୁ ପୁଣି ଥରେ ବୃଦ୍ଧି କରିଛନ୍ତି। ମହାମାରୀ ପ୍ରଭାବ ପାଇଁ ଚତୁର୍ଥ ଥର ଲାଗି ଏହି ସମୟ ସୀମା ବଢ଼ିଛି। ଏବେ ପ୍ୟାନ-ଆଧାର ଲିଙ୍କର ଶେଷ ସମୟ ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରଖାଯାଇଛି। ପ୍ୟାନ ସହ ଆଧାର ଲିଙ୍କ୍ କରିନଥିବା ଟିକସଦାତାମାନଙ୍କ ପାଇଁ ଏହା ଆଶ୍ବସ୍ତିକର ଖବର।



