
ନୂଆଦିଲ୍ଲୀ ,୨୬/୦୬/୨୧ (ଜିଲ୍ଲା ଖବର) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ହେଉଛି ଜନ୍ମଦିନ। ଏହି ଶୁଭ ଅବସରରେ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ଶୁଅ ଛୁଟୁଛି। ବରିଷ୍ଠ ବ୍ୟକ୍ତିମାନେ ତାଙ୍କୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଜଣାଉଛନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ମଧ୍ୟ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
ଯୋଗୀ ଲେଖିଛନ୍ତି, ‘ବିଜେପି ପରିବାରର ବରିଷ୍ଠ ସଦସ୍ୟ, ଲୋକପ୍ରିୟ ରାଜନେତା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀ ରାମଙ୍କଠାରେ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି । ଆପଣ ଏହିପରି ସମ୍ପୂର୍ଣ୍ଣ ସମର୍ପିତ ଭାବରେ ଲୋକଙ୍କ କଲ୍ୟାଣ ଏବଂ ଜାତିର ସ୍ୱାର୍ଥରେ ଯୋଗଦାନ ଜାରି ରଖନ୍ତୁ’ ବୋଲି ସେ ଟୁଇଟ କରି କହିଛନ୍ତି ।




