Monday, November 16, 2026
Home ଆଞ୍ଚଳିକ ଦେବଗଡ଼ରେ ଏପିଡୋମିଲୋଜି ଟିମ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଦେବଗଡ଼ରେ ଏପିଡୋମିଲୋଜି ଟିମ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

9

ଭୁବନେଶ୍ୱର,୨୬/୦୬/୨୧ (ଜିଲ୍ଲା ଖବର) : ଓଡ଼ିଶାରେ ଡେଲଟା ପ୍ଲସକୁ ନେଇ ଚିନ୍ତା ଓ ଗବେଷଣା । ଦେବଗଡ଼ରେ ପହଞ୍ଚିଛି ଏପିଡୋମିଲୋଜି ଟିମ । ତେବେ ଖୁସିର କଥା ହେଉଛି, ଆକ୍ରାନ୍ତ ଜଣଙ୍କ ସୁସ୍ଥ ହୋଇସାରିଛନ୍ତି । ତେବେ ସେ କାହା ସହ ମିଶିଥିଲେ? ସେମାନଙ୍କୁ କରୋନା ହେଇଛି ନା ନାହିଁ? ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିବ ଟିମ ।

ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ଯାଞ୍ଚ କରିବ । ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ ୩୦ ମାର୍ଚ୍ଚରେ ଟୀକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ତେବେ ତାଙ୍କର କିଛି ଲକ୍ଷଣ ନଥିଲା । ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନିସ ପାଇଁ ପଠା ଯାଇଥିଲା ।

ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ । ସେ ଟିକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖାଯାଉନଥିଲା । ତେଣୁ ଟିକାର ପ୍ରଭାବ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେହିପରି ରାଜ୍ୟରେ ସଂକ୍ରମଣ ନେଇ ସେ କହିଛନ୍ତି , ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସ୍ଵତନ୍ତ୍ର ଷ୍ଟ୍ରାଟେଜୀ କରାଯାଉଛି । ଓଡ଼ିଶାରେ ସର୍ଭିଲାନ୍ସ ଠୁ ନେଇ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । କିନ୍ତୁ ଅମାନିଆଙ୍କ ପାଇଁ ସଂକ୍ରମଣ ତଳମୁହାଁ ହେଉନାହିଁ । ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଦୈନନ୍ଦିନ ତଥ୍ୟକୁ ନେଇ ବିଶ୍ଳେଷଣ କରାଯାଉଛି । ହାଇକମିଟି ବୈଠକ ବସି ୩୦ ତାରିଖ ପରେ କଣ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।