Tuesday, October 13, 2026
Home ଅପରାଧ ଛୁରୀରେ ତିନି ଜଣଙ୍କୁ ହତ୍ୟା ପରେ ଗିରଫ ହେଲା ଅଭିଯୁକ୍ତ

ଛୁରୀରେ ତିନି ଜଣଙ୍କୁ ହତ୍ୟା ପରେ ଗିରଫ ହେଲା ଅଭିଯୁକ୍ତ

12

୨୬/୦୬/୨୧ (ଜିଲ୍ଲା ଖବର) : ଜର୍ମାନୀର  ୱର୍ଜବର୍ଗ ସହରରେ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରି ତିନି ଜଣଙ୍କୁ ହତ୍ୟା କରିଛି। ଏହା ସହିତ ଏହି ଆକ୍ରମଣରେ ଅନ୍ୟ କେତେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଜର୍ମାନର ପୋଲିସ୍‌ର କହିବାନୁଯାୟୀ ଆକ୍ରମଣକାରୀଙ୍କୁ ଗୁଳି କରି ଆହତ କରାଯାଇଥିଲା ଏବଂ ପରେ ଗିରଫ କରାଯାଇଛି।

ଆକ୍ରମଣକାରୀ ହେଉଛି ୨୪ ବର୍ଷୀୟ ସୋମାଲିଆର ମୂଳ ନିବାସୀ ବୋଲି ଜଣାଯାଇଛି । ପୋଲିସର ଗୁଳି ରେ ମଧ୍ୟ ଅଭିଯୁକ୍ତର ବିଶେଷ କ୍ଷତି ହୋଇନାହିଁ । କୁହାଯାଉଛି ଯେ, ଦୁର୍ବୃତ୍ତର ଆକ୍ରମଣରେ ପାଖାପାଖି ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଅଛନ୍ତି ।

 ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସନ୍ଦିଗ୍ଧ  ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ କି ଆକ୍ରମଣକାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।

ପୋଲିସର ମୁଖପାତ୍ର କିର୍ଷ୍ଟିନ କୁନିକ କହିଛନ୍ତି ଯେ ପ୍ରାୟ 5 ଟା ସମୟରେ ଅଧିକାରୀମାନେ ସୂଚନା ପାଇଥିଲେ ଯେ ସହରର ମଧ୍ୟଭାଗରେ ଥିବା ବାରବାରୋସା ସ୍କୋୟାରରେ ଲୋକଙ୍କୁ ଛୁରୀରେ ଆକ୍ରମଣ କରୁଛି ଜଣେ ଯୁବକ।