Sunday, November 15, 2026
Home ଆଞ୍ଚଳିକ ରାଜ୍ୟରେ କମିଛି ବର୍ଷା, ପୁଣି ବର୍ଷିପାରେ..

ରାଜ୍ୟରେ କମିଛି ବର୍ଷା, ପୁଣି ବର୍ଷିପାରେ..

6

ଭୁବନେଶ୍ୱର, ୨୬/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ କମିଛି ବର୍ଷା। ପୁଣି ଗୁଳୁଗୁଳି ସହ ଗରମ ଅନୁଭବ କରୁଛନ୍ତି ଲୋକେ। ଯେଭଁଭଳି ଭାବରେ ରାଜ୍ୟରେ ଲଗାତାର କିଛି ଦିନ ଧରି ବର୍ଷା ହେଉଥିଲା, ବର୍ତ୍ତମାନ ସେଥିରେ ପରିବର୍ତ୍ତନ ହୋଇଛି। ବର୍ଷାର ପରିମାଣ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ବିଶେଷ ବର୍ଷା ନ ଥିବା ବେଳେ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି ।

ଏହାସହ ଆଗକୁ ମଧ୍ୟ ବର୍ଷାର ପରିମାଣ ଆହୁରି କମିବ । ଆସନ୍ତା ୨ ଦିନ ମଧ୍ୟରେ ଅଳ୍ପ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ବେଳେ ଦୁଇ ଦିନ ପରେ ପାଗରେ ପରିବର୍ତନ ଆସିବ। ଶନିବାର ମଲାକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଘଡ଼ଘଡ଼ି ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।