Home ଅପରାଧ ମାଓବାଦୀ ଜାତୀୟ ରାଜପଥ ଏନଏଚ ୫୯ ଗଛ ପକାଇ ରାସ୍ତା ଅବରୋଧ

ମାଓବାଦୀ ଜାତୀୟ ରାଜପଥ ଏନଏଚ ୫୯ ଗଛ ପକାଇ ରାସ୍ତା ଅବରୋଧ

278

ବାଲିଗୁଡା, ୨୫/୧୦ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଗୋପାଳପୁର ରାଇପୁର ଏନଏଚ ୫୯ ରାସ୍ତାରେ ମାଓବାଦୀ ଗଛ ପକାଇ ରାସ୍ତା ଅବରୋଧ କରିଥିବର ଆଜି ସକାଳୁ ଦେଖିବାକୁ ମିଳିଥିଲା I ଏହା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କନ୍ଦିବାନ୍ଦ’ଓ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ପନ୍ଦରମାଇଲି ଗ୍ରାମ ପାଖରେ ଗଛ ପକାଯାଇଛି I ଯାହା ଫଳରେ ଗାଡ଼ି ଚଳାଚଳ ବନ୍ଦ ଅଛି, ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜାତୀୟ ରାଜପଥ ଏନଏଚ ୫୯ ରେ ଗଛ ପଡ଼ିଥିବ ରାସ୍ତକୁ ସଫା କରାଯଇଛି I

ଯାହା ଫଳରେ ବର୍ତ୍ତମାନ ଗାଡ଼ି ଚଳାଚଳ କରିବା ପାଇଁ କୌଣସି ଅସୁବିଧା ନାହିଁ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ଖବର ହସ୍ତଗତ ହୋଇଛି I