Monday, November 16, 2026
Home ଆଞ୍ଚଳିକ ରସା ଚିକେନ୍

ରସା ଚିକେନ୍

12

ଆବଶ୍ୟକ ସାମଗ୍ରୀ-

ଚିକେନ, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ ,ଜିରା ପାଉଡର, ଧନିଆ ପାଉଡର, ଦହି, ପିଆଜ, ରସୁଣ, ଅଦା, ଲବଙ୍ଗ, ଡାଲଚିନି, ଗୋଲମରିଚ, ଭ୍ରୁସଙ୍ଗ ପତ୍ର, ତେଲ ,କଂଚା ଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ, ହଳଦୀ ପାଉଡର ପକାଇ ଭଲଭାବେ ଗୋଳାଇ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଲମରିଚ, ଲବଙ୍ଗ, ଡାଲଚିନି, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ  । ଏହାପରେ ସେଥିରେ କଟା ପିଆଜ ଏବଂ କଂଚା  ଲଙ୍କା ପକାଇ ଭାଜିବେ।  ଏହା ଭାଜିହେବା ପରେ, ସେଥିରେ ଅଦା, ରସୁଣ ପେଷ୍ଟ ପକାଇ କଷିବେ । ମସଲାର କଂଚା ବାସ୍ନା ଯିବା ପରେ, ସେଥିରେ  ଗୋଳାଇ ରଖିଥିବା ଚିକେନ ପକାଇ କଷିବେ । ତାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର ,ଲୁଣ, ଜିରା ପାଉଡର, ଧନିଆ ପକାଇ କିଛି ସମୟ ସିଝିବାକୁ ଛାଡିବେ । ଚିକେନ ସିଝିବା ପରେ ସେଥିରେ, ଦହି ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ରସା ଚିକେନ । ଏବେ ଏହାର ମଜା ନେଇ ପାରିବେ ।