Wednesday, November 11, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଅର୍ଜୁନ କପୁର

ଜନ୍ମଦିନର ଶୁଭେଚ୍ଛା ! ଅର୍ଜୁନ କପୁର

11

ନୂଆଦିଲ୍ଲୀ, ୨୬/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ଅର୍ଜୁନ କପୁରଙ୍କ ବାପା ବୋନି କପୁର ହେଉଛନ୍ତି ଜଣେ ଜଣାଶୁଣା ଫିଲ୍ମ ନିର୍ମାତା  ।

ତାଙ୍କ ପରିବାରରେ ଅଭିନୟର ମାହୋଲ ରହିଛି । ୨୦୧୨ରେ ଅର୍ଜୁନ କପୁର ଫିଲ୍ମ’Ishaqzaade’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ବେଶ ଭଲପାଇବା ଦେଇଥିଲେ । 

ଏଥିରେ ତାଙ୍କ ସହିତ ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ନଜର ଅଭିନୟର ଜଲଓ୍ବା ଦେଖାଇଛନ୍ତି ଏବଂ ଦର୍ଶକଙ୍କ ଭଲପାଇବା ସହିତ , ଲୋକପ୍ରିୟତା ସାଉଣ୍ଟିଛନ୍ତି ।  ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।