Wednesday, October 14, 2026
Home ଆଞ୍ଚଳିକ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲିଗୁଡା ସଫଳତା

ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲିଗୁଡା ସଫଳତା

20

ବାଲିଗୁଡ଼ା , ୨୬/୦୬/୨୧ (ଜିଲ୍ଲା ଖବର) : ଶିକ୍ଷାବର୍ଷ ୨୦୨୦/୨୦୨୧ ରେ ପ୍ରକାଶିତ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ବାଲିଗୁଡା ଶତ ପ୍ରତିଶତ ସଫଳତା ହାସଲ କରିଅଛି | ଚଳିତ ବର୍ଷ ମୋଟ ୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ A1-2 ଜଣ, A2-7 ଜଣ, B1-7ଜଣ, B2 ରେ 6 ଜଣ, ଓ C ଗ୍ରେଡ ରେ 2 ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି | ଛାତ୍ରୀ ତମନ୍ନା ତ୍ରିପାଠୀ 559 ନମ୍ବର ରଖୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ଛାତ୍ର ଛାତ୍ରୀଙ୍କ ଏହି ସଫଳତା ନିମନ୍ତେ ପ୍ରଧାନ ଆଚାର୍ଯ୍ୟ, ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା ସମିତିର ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି |

ବାଲିଗୁଡ଼ା , ସୁକାନ୍ତ କୁମାର ତ୍ରିପାଠୀ , ୨୬/୦୬/୨୧ (ଜିଲ୍ଲା ଖବର)