Wednesday, July 22, 2026
Home ଅପରାଧ ଦାରିଙ୍ଗବାଡ଼ି: ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ

ଦାରିଙ୍ଗବାଡ଼ି: ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ

73

କନ୍ଧମାଳ  ୨୫/୧୦ (ସୁରେଶ କୁମାର ପଣ୍ଡା) : ଦାରିଙ୍ଗବାଡ଼ି ଥାନା ଡୁଲୁରୀ ଅଞ୍ଚଳରେ ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଉକ୍ତ ବ୍ଲକ ପ୍ଳିହେରୀ ପଞ୍ଚାୟତର ୩ ନମ୍ବର ୱାର୍ଡ ସଭ୍ୟା ସାବନ୍ତୀ ପ୍ରଧାନ। ଗୁରୁତର ହେଲେ ପ୍ରଦୀପ ପ୍ରଧାନ। ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।


ସାବନ୍ତୀ ଦାରିଙ୍ଗବାଡ଼ି ବହୁମୁଖୀ ସମବାୟ ସମିତିରୁ ସାଧାରଣ ବଣ୍ଟନ ଟଙ୍କିକିଆ ଚାଉଳ ନେଇ ଗ୍ରାମକୁ ଅଟୋ (ଓଡି୧୨ସି-୧୧୯୬)ରେ ଘରକୁ ଫେରୁଥିଲେ। ଉକ୍ତ ଅଟୋରେ ପ୍ରଦୀପଙ୍କ ସହ ଅନ୍ୟ କେତେଜଣ ଲୋକ ବସିଥିଲେ। ତେବେ ପୂର୍ତ୍ତ ବିଭାଗର ଡୁଲୁରୀ ପାଇନ୍‌ ବଣ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ପାଇନ୍‌ ଗଛ ଭାଙ୍ଗି ଅଟୋ ଉପରେ ପଡ଼ିଯାଇଥିଲା। ଫଳରେ ସେଥିରେ ଚାପି ହୋଇ ସାବନ୍ତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି।