Monday, October 12, 2026
Home ଅପରାଧ ଚୋରା ଚାଲାଣ ବେଳେ ମୁନିଗୁଡା ପୋଲିସ ଦ୍ୱାରା ଟ୍ରକ ସହ ପ୍ରାୟ ୬୦ ଲକ୍ଷ ଟଙ୍କାର...

ଚୋରା ଚାଲାଣ ବେଳେ ମୁନିଗୁଡା ପୋଲିସ ଦ୍ୱାରା ଟ୍ରକ ସହ ପ୍ରାୟ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଯବତ l

11

ବିଷମକଟକ, ୨୬/୦୬/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ ସ୍ଥାନୀୟ ଷ୍ଟାଡିଅମ ନିକଟରୁ ଏକ ଟ୍ରକ ସହ ୫ କ୍ବିଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ କରିଥିବାରେ ସଫଳ ହୋଇଥିବା ବେଳେ ପୋଲିସ ଗାଡିକୁ ଦେଖି ଡ୍ରାଇଭର ଖସିଯିବାରେ ସକ୍ଷମ ହୋଇଛି ।

ତେବେ ଯବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ୍ୟରୁ ଉର୍ଦ୍ଧ ହୋଇଥିବା ବେଳେ ତାହା ଟ୍ରକ ଡ୍ରାଇଭର ର ପଛପାଖରେ ଏକ ସ୍ବତନ୍ତ୍ର ଚାମ୍ବରରେ ରଖାଯାଇଥିଲା। ଏହି ଗଞେଇ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

ମୁନିଗୁଡା ପୋଲିସ ଗଞ୍ଜେଇକୁ ଜବତ କରିବା ସହ ଏହା କେଉଠାରୁ କେଉଠିକୁ ଯାଉଥିଲା ଓ ଏହି ଚାଲାଣରେ କାହାର ସମ୍ପୃକ୍ତି ଅଛି ତଦନ୍ତ ଯାରିରଖିଛି ।