Sunday, November 15, 2026
Home ଆଞ୍ଚଳିକ ହିଂଜିଲିକାଟୁର ପ୍ରଥମ ଉପନଗରପାଳ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ, ପୁରା ଅଞ୍ଚଳରେ ଶୋକର ଛାୟା

ହିଂଜିଲିକାଟୁର ପ୍ରଥମ ଉପନଗରପାଳ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ, ପୁରା ଅଞ୍ଚଳରେ ଶୋକର ଛାୟା

7

ହିଂଜିଳିକାଟୁ, ୨୬/୦୬/୨୧ (ଜିଲ୍ଲା ଖବର) : ହିଂଜିଳିକାଟୁ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଦେହାନ୍ତ ହୋଇଯାଇଛି । ଆଜି ଭୋର ପ୍ରାୟ ୪.୩୦ରେ ଆଖି ବୁଜିଛନ୍ତି ଏହି ମହାନ ବ୍ୟକ୍ତି । ହିଂଜିଲିକାଟୁ ସ୍ଥିତ ବାସଭବନ ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।ସେ ହେଉଛନ୍ତି ହିଂଜିଲିକାଟୁର ପ୍ରଥମ ଉପନଗରପାଳ।ତାଙ୍କର ମହାନ କାର୍ଯ୍ୟକଳାପ ପାଇଁ ସେ ସହର ସାଥି ସଂମାନରେ ସଂମାନିତ ହୋଇଥିଲେ।ସେ ଜନତା ପାର୍ଟି, ଜନତା ଦଳ ଏବଂ ବିଜୁ ଜନତା ଦଳର ନଗର ସଭାପତି ରୂପେ ମଧ୍ୟ ଦାୟୀତ୍ୱ ବହନ କରିଥିଲେ।ସେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ।କଂଗ୍ରେସ ବିରୋଧି ସଂଗଠକ ହିସାବରେ ପରିଗଣିତ ହେଉଥିଲେ।ତାଙ୍କର ଗୋଟିଏ ପୁଅ ପ୍ରମୋଦ ମହାପାତ୍ର , ଝିଅ ବିଜୟ ଲଷ୍ମୀ ମହାପାତ୍ର ଏବଂ ସ୍ତ୍ରୀ ଗୋଲାପ ମହାପାତ୍ର।
ତାଙ୍କର ବିୟୋଗରେ ସମଗ୍ର ଜିଲ୍ଳାରେ ଶୋକ ପ୍ରକାଶ ପାଇଛି ।ଆସିକା mp ଶ୍ରୀମତୀ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଶେଷ ଦର୍ଶନ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ଏହି ପରିପେକ୍ଷି ରେ ଭୀମସେନ ବେହେରା,ନୀଳମଣି ପଟ୍ଟନାୟକ,ଶରତ ସାବତ ,ଶିବ ଗଉଡ଼,ପ୍ୟାରୀ ପାଢ଼ି ସମେତ ବହୁ ରାଜନେତା ଏବଂ ସମାଜସେବୀ ଉପସ୍ଥିତ ଥିଲେ।