Sunday, November 15, 2026
Home ଆଞ୍ଚଳିକ ରାୟଗଡା ଜିଲ୍ଲା ପ୍ରେସ୍ କବ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ।

ରାୟଗଡା ଜିଲ୍ଲା ପ୍ରେସ୍ କବ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ।

55

ବିଷମକଟକ,୨୫/୬(ଜିଲ୍ଲା ଖବର) : ପ୍ରେସକ୍ଲବ ରାୟଗଡ଼ ପକ୍ଷରୁ ଆଜି ପ୍ରେମ ପାହାଡ ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ମାନୀୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାକର୍ସ କ୍ଲବର ଉପଦେଷ୍ଟା ଶ୍ରୀ ସତ୍ୟବାଦୀ ପତି, ସଭାପତି ଶ୍ରୀ ସୁନିଲ ପଣ୍ଡା, ସଂପାଦକ ଶ୍ରୀ ଶଂକର୍ଷଣ ମଙ୍ଗରାଜ, ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼.ଦୁଷ୍ମନ୍ତ ମହାନ୍ତି,ରାୟଗଡ଼ା ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ରାଜେଶ ପଟ୍ଟନାୟକ, ବରିଷ୍ଠ ଆଇନିଜିବୀ ବ୍ରଜସୁନ୍ଦର ନାୟକ ସମେତ ପ୍ରେସ କ୍ଲବର ସଦସ୍ୟ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବନ ବିଭାଗ ବନପାଳ, ଶ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କ ସହ ବନ ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ରିପୋର୍ଟ, ପ୍ରସନ କୁମାର ପଣ୍ଡା