
ଭୂବନେଶ୍ୱର,୨୫/୦୬/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଭୁବନେଶ୍ୱର ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାହାରା ପରିବାର ପରାମର୍ଶ କେନ୍ଦ୍ର ରେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ସଚିବ ଏସ କେ କୁତୁବୁଦ୍ଧିନ ଏବଂ ରାୟଗଡା ଜିଲ୍ଲା ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଙ୍କ ଦ୍ୱାରା ଯୁଗ୍ମ ଭାବେ Vartual Zoom Meeting ଅନୁଷ୍ଠିତ ହୋଇଥିଲା ଉଭୟେ ଏହି କେନ୍ଦ୍ର ଦ୍ୱାରା ପାରିବାରିକ ତଥା ପାରିବାରିକ ହିଂସା ସମ୍ୱନ୍ଧୀୟ ମାମଲା ରେ ସମୀକ୍ଷା କରିଥିଲେ ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ର ରେ 2000 ପାରିବାରିକ ମାମଲା ହୋଇଥିବା ବେଳେ 1500 ରୁ ଉର୍ଦ୍ଧ ମାମଲା ରେ ଫଇସଲା ହୋଇ ଥିବା ଏବଂ କୋର୍ଟ କଚେରୀ ଥାନା ଏବଂ ଓକିଲ ଙ୍କ ଦ୍ୱାରସ୍ତ ନ ହୋଇ ପାରିବାରିକ ମାମଲା ରେ ଫଇସଲା ହେଉଥିବା ରୁ ଯୁଗ୍ମ ସମୀକ୍ଷା ରେ ଉଭୟେ ସନ୍ତୋଷ ପ୍ରକାଶ କରିଥିଲେ |
ରାୟଗଡା ଜିଲ୍ଲାର ଅତରିକ୍ତ ଜିଲ୍ଲାପାଳ ପ୍ରଭାତି ଝୋଡ଼ିଆ ଏହି ଅନୁଷ୍ଠାନ କୁ ନିହାତି ଭାବେ ଗସ୍ତ ଖର୍ଚ୍ଚ ଏବଂ ଜିଲ୍ଲାପାଳ ଙ୍କ ଦ୍ୱାରା ପରିଚୟ ପତ୍ର କୋଭିଡ ପାଇଁ ସୁପାରିଶ କରିବା ସହ ତୁରନ୍ତ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ ଏହି ସମୀକ୍ଷା ସମୟରେ କେନ୍ଦ୍ର ରେ ସଚିବ ତଥା ବରିଷ୍ଟ ଓକିଲ ପ୍ରମୋଦ କୁମାର ସାହୁ ପରାମର୍ଶ ଦାତ୍ରୀ ଜୟଶ୍ରୀ ମହାପାତ୍ର ଏବଂ ଗୌରୀ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା , ଜିଲ୍ଲା ଖବର



