
ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆଁରେ କେଉଁ ସେଲିବ୍ରେଟି କେତେବେଳେ ଚମକି ଉଠନ୍ତି ଏବଂ କେତେବେଳେ ଲିଭି ଯାଆନ୍ତି, ସେକଥା କେହି ଜାଣି ନଥାନ୍ତି । ଏହି ରଙ୍ଗୀନ ଦୁନିଆଁରେ ସେଲିବ୍ରେଟିଙ୍କ ମଧ୍ୟରେ ଉତଥାନ-ପତନ ଲାଗି ରହିବା ଏକ ସାଧାରଣ କଥା । ଠିକ୍ ସେମିତି ଜଣେ କଳାକାର ହେଉଛନ୍ତି ଅଫତାବ ଶିବଦସାନି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
ବଲିଉଡ ଅଭିନେତା ଅଫତାବ ଶିବଦସାନୀ ୨୫ ଜୁନ ୧୯୭୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ, ଯିଏ ପିଲାବେଳୁ ଫିଲ୍ମରେ କାମ କରି ଆସୁଛନ୍ତି । ଶିଶୁ କଳାକାର ଭାବେ ଅଭିନୟ କରିବା ପରେ ,୧୯ ବର୍ଷ ବୟସରେ ସେ ଫିଲ୍ମ’ମସ୍ତ’ ମାଧ୍ୟମରେ ଲିଡ ରୋଲରେ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଥିଲେ ଉର୍ମିଲା ମାତଣ୍ଡକର । ଫିଲ୍ମଟି ସୁପରହିଟ ମଧ୍ୟ ହୋଇଥିଲା । ଯେଉଁଥିପାଇଁ ସେ ଆଓ୍ବାର୍ଡ ମଧ୍ୟ ଜିତିଥିଲେ । ଏହାପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି । ହେଲେ ଧିରେ ଧିରେ ତାଙ୍କର ଗୋଟେ ପରେ ଗୋଟେ ଫିଲ୍ମ ଫ୍ଲପ ହେବାରେ ଲାଗିଥିଲା । ଆଜିବି ସେ ବଲିଉଡରେ ସକ୍ରିୟ ଅଛନ୍ତି । ହେଲେ ତାଙ୍କୁ କୌଣସି ବଡ ଫିଲ୍ମ ମିଳୁ ନାହିଁ । ଏଇଥିପାଇଁ ତ କୁହାଯାଏ ରଙ୍ଗୀନ ଦୁନିଆଁରେ ତେତେବେଳେ କ’ଣ ଘଟେ, ତାହା କହିବା ଭାରି କଷ୍ଟକର ।


