Saturday, November 14, 2026
Home ଆଞ୍ଚଳିକ ଖାଇବାରେ ଅସରପା ଦେଖି ରାଗରେ ତମତମ ହେଲେ ଏହି ଅଭିନେତ୍ରୀ

ଖାଇବାରେ ଅସରପା ଦେଖି ରାଗରେ ତମତମ ହେଲେ ଏହି ଅଭିନେତ୍ରୀ

24

ନୂଆଦିଲ୍ଲୀ, ୨୫/୦୬/୨୧ (ଜିଲ୍ଲା ଖବର) : ରାଗରେ ପଞ୍ଚମ ତାମିଲ ଅଭିନେତ୍ରୀ ନିବେଥା ପେଥୁରାଜ  । ନିକଟରେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚଯ୍ୟ କରିବା ଭଳି  ଏକ ବଡ ଖୁଲାସା କରିଛନ୍ତି  ସେ । କଥା ହେଉଛି, ଅଭିନେତ୍ରୀ ଜଣକ ଏକ ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କରିଥିଲେ । ହେଲେ ଖାଦ୍ୟ ସହିତ ସେଥିରୁ ବାହାରିଥିଲା ଅସରପା  । ବାସ୍ ଏହାପରେ ରାଗରେ ପଞ୍ଚମ  ଅଭିନେତ୍ରୀ । ସେ ଏହାର ଫଟୋ ସେୟାର କରି ଉକ୍ତ ରେଷ୍ଟୁରାଣ୍ଟ ଉପରେ ନିଜର ରାଗ ସୁଝାଇଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ସେ ଅର୍ଡର କରିଥିବା ଭାତରୁ ଏକ ବଡ଼ ଅସରପା ବାହାରିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ,ଏଭଳି ଘଟଣା ତାଙ୍କ ସହ ଦୁଇ ଥର ଘଟିଲାଣି। ପୂର୍ବରୁ ମଧ୍ୟ ସେହି  ରେଷ୍ଟୁରାଣ୍ଟରୁ ଅର୍ଡର କରିଥିବା ଖାଦ୍ୟରୁ ଅସରପା ବାହାରି ସାରିଛି। ତେଣୁ ଏହି ରେଷ୍ଟୁରାଣ୍ଟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଅନ୍‌ଲାଇନ୍ ଫୁଡ୍ ଡେଲିଭରୀ କରୁଥିବା ସବୁ ରେଷ୍ଟୁରାଣ୍ଟର ଖାଦ୍ୟ ଯାଂଚ କରାଯିବା ଉଚିତ। ଯଦି ସ୍ୱଚ୍ଛତା ଓ ଖାଦ୍ୟରେ ସଠିକ୍ ନଥାଏ, ତେବେ ତୁରନ୍ତ ସେହି ରେଷ୍ଟୁରାଣ୍ଟ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବା ଆବଶ୍ୟକ ।

ଏହା ସହିତ ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ସହ ଘଟିଥିବା ଏହି ଘଟଣାକୁ ନେଇ, ତାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏହା ସହିତ ଉକ୍ତ ରେଷ୍ଟୁରାଣ୍ଟ  ଅନେକ ଗ୍ରାହକଙ୍କୁ ଖାଦ୍ୟରେ ଅସରପା ମିଶାଇ ଦେଉଥିବା ସୂଚନା ଦେଇଛନ୍ତି । ଏହା ଜାଣିବା ପରେ ଅଭିନେତ୍ରୀଙ୍କ ରାଗ ଏକଦମ୍ ମୁଣ୍ଡରେ ଚଢି ଯାଇଛି । ରାଗରେ ତମତମ ହୋଇ ସେ ସ୍ବିଗିକୁ ନିଜ ଆପରୁ ସେହି ରେଷ୍ଟୁରାଣ୍ଟକୁ ଯଥାଶୀଘ୍ର ହଟାଇବା ପାଇଁ ନିବେଦନ କରିଛନ୍ତି ।