Wednesday, November 11, 2026
Home ଆଞ୍ଚଳିକ ଇନ୍ଦିରାଙ୍କ ଗୋଟିଏ ନିଷ୍ପତ୍ତି, ଗଣତନ୍ତ୍ରକୁ ନିଷ୍ପ୍ରଭ କରିଦେଲା

ଇନ୍ଦିରାଙ୍କ ଗୋଟିଏ ନିଷ୍ପତ୍ତି, ଗଣତନ୍ତ୍ରକୁ ନିଷ୍ପ୍ରଭ କରିଦେଲା

6

୨୫/୦୬/୨୧ (ଜିଲ୍ଲା ଖବର) : ସରକାର ହାକୁ ପାଇବେ ବାନ୍ଧିବେ । ଯାହାକୁ ପାଇବେ ଜେଲରେ ପୂରାଇ ଦେବେ। ଏ ଅଖଣ୍ଡ କ୍ଷମତା ପୁଲିସର ଥିଲା। ଇଂରେଜମାନେ ଦେଶ ଛାଡିବା ପରେ ଟିକେ ଆସ୍ୱସ୍ଥିର ନିଶ୍ୱାସ ମାରୁଥିବା ଭାରତୀୟ ଲୋକେ ଆଉ ଗୋଟିଏ ତୋଗଲଗି ନିଷ୍ପତ୍ତିର ଶିକାର ହୋଇପଡିଲେ। ଦେଶଯାକ ସରକାର ବିରୋଧି ହାଓ୍ବା, ଅଶାନ୍ତିର ବାତାବରଣ କଂଗ୍ରେସ ଦଳକୁ ନିନ୍ଦିତ କରିପକାଇଲା।

୪୬ ବର୍ଷ ତଳେ ଅର୍ଥାତ୍‌ ୧୯୭୫ ମସିହା ଜୁନ ୨୫ ତାରିଖ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି। ଗୋଟିଏ ତୁଙ୍ଗ ବ୍ୟକ୍ତିତ୍ବର ଅଧିକାରିଣୀ ବୋଲାଉଥିବା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ।

ଯାହାଙ୍କର ଗୋଟିଏ ନିଷ୍ପତ୍ତି ଦୋହଲାଇଦେଲା ଦେଶକୁ । ଜୁନ ୨୫-୨୬ ମଧ୍ୟରାତ୍ରରେ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲୀ ମହମ୍ମଦଙ୍କ ଦସ୍ତଖତ କରିବା ପରେ ଦେଶରେ ପ୍ରଥମ ଥର ଜରୁରୀକାଳୀନ ପରିସ୍ଥିତି ବା ‘EMERGENCY’ ଲାଗୁ ହୋଇଥିଲା ।

ଭାରତୀୟ ଲୋକେ ଏ ଶବ୍ଦ ସହ ସେତେ ମାତ୍ରାରେ ପରିଚିତ ନ ଥିଲେ କିନ୍ତୁ ସ୍ୱାଧୀନତା ପରେ ପରାଧିନତାର ବେଡି ଭଳି ଏହି ପରିସ୍ଥିତି ସମସ୍ତଙ୍କୁ ଅସ୍ତବ୍ୟସ୍ଥ କରି ପକାଇଲା ।

ଜରୁରୀ ପରିସ୍ଥିତି ଲାଗୁ ହୋଇଥିବା ବେଳେ ଅନେକ ତୁଙ୍ଗ ନେତାଙ୍କୁ ବନ୍ଦି କରାଯାଉଥିଲା । ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା ଏବଂ ଜୋରଜବରଦସ୍ତ ନସବନ୍ଦୀ କରାଯାଉଥିଲା। ଏହି ସମୟରେ ସଂଘର୍ଷ ଓ ଆନ୍ଦୋଳନ ବହୁ ଜାତୀୟସ୍ତରର ନେତାଙ୍କୁ ଆବିଷ୍କାର କରିଥିଲା। ଯେଉଁମାନେ ପରେ ବଡ଼ ପଦ ପଦବୀରେ ରହିଲେ। ନୀତୀଶ କୁମାର, ରବିଶଙ୍କର ପ୍ରସାଦ, ଅରୁଣ ଜେଟଲି, ଲାଲୁ ପ୍ରସାଦ ଯାଦବଙ୍କ ପରି ନେତା ଏହି ସମୟରେ ଲୋକଲୋଚନକୁ ଆସିଥିଲେ ।

ପ୍ରଚଳିତ “ଆଭ୍ୟନ୍ତରୀଣ ବିଶୃଙ୍ଖଳା” ହେତୁ ସମ୍ବିଧାନର ଧାରା 352 ଅନୁଯାୟୀ ରାଷ୍ଟ୍ରପତିଙ୍କ ମୋହରରେ ଏହି ପରିସ୍ଥିତି ଦେଶ ଉପରେ ଲଦି ଦିଆଯାଇଥିଲା । ଏହି ଅଧିକାର ବଳରେ ପ୍ରଧାନମନ୍ତ୍ରୀଙ୍କୁ ସର୍ବାଚ୍ଚ କର୍ତ୍ତା ଭାବେ ଏକାଧିକାର ଦିଆଯାଇଥିଲା। ଇନ୍ଦିରାଙ୍କ ଅଧିକାଂଶ ରାଜନୈତିକ ବିରୋଧୀଙ୍କୁ ଜୋର ଜବରଦସ୍ତ ଜେଲରେ ପୂରାଇ ଦିଆଯାଇଥିଲା । ଏପରିକି ଇନ୍ଦିରାଙ୍କ ପୁଅ ସଞ୍ଜୟ ଗାନ୍ଧି ମଧ୍ୟ ଅନେକ ଆପରାଧିକ କାର୍ଯ୍ୟରେ ଲିପ୍ତ ରହି ମାନବାଧିକାର ଉଲ୍ଲଙ୍ଘନ କଲେ । 

ଏହି ପରିସ୍ଥିତି ୧୯୭୭ ମସିହା ମାର୍ଚ୍ଚ ୨୧ ଯାଏଁ ଜାରି ରହିଲା ।  

କେହି କେହି କୁହନ୍ତି “ନବନିର୍ମାଣ ଆନ୍ଦୋଳନ” ନାମରେ ଗୁଜରାଟରେ ବଢୁଥିବା ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ ଏବଂ ଦୁର୍ନୀତି ବିରୁଦ୍ଧରେ ଛାତ୍ର ବିକ୍ଷୋଭ ଦେଶକୁ ବ୍ୟାପିବା ପରେ ଏହି ଭଳି ନିଷ୍ପତ୍ତି ନେଇଥିଲେ ସରକାର। ଅନ୍ୟପଟେ ଏମିତି ମଧ୍ୟ କୁହାଗଲା ଯେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ପଦକ୍ଷେପ ଉପରେ ଆମେରିକାର ନଜର ଥିଲା । କାରଣ ତାଙ୍କ ଘରେ ଜଣେ ଆମେରିକୀୟ ଗୁପ୍ତଚର ଉପସ୍ଥିତ ଥିଲେ । ମାତ୍ର ସେହି ଘଟଣା କେତେ ସତ ଓ କେତେ ମିଛ ତାହା ଆଯି ଯାଏଁ ସ୍ପଷ୍ଟ ହୋଇନି ।

ତେବେ ସେ ଯାହା ବି ହେଉନା କାହିଁକି ଏହା ଆମ ଦେଶର ଏକ କଳା ଅଧ୍ୟାୟ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।